ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ । ୮୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଲକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ସେ ମେଡିକାଲରେ ଚିକିତ୍ସାଧିନ ଥିଲେ । ପ୍ରକ୍ଷ୍ୟାତ କବି ବୈକୁଣ୍ଠ ନାଥ ନାୟକଙ୍କ ଝିଅ ହେଉଛନ୍ତି ସୁନନ୍ଦା ପଟ୍ଟନାୟକ । ଓଡିଶା ସଙ୍ଗୀତ ଏକାଡୋମୀ ସହ ଅନେକ ଜାତୀୟ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ସୁନନ୍ଦାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ନୀଳମାଧବ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ୨୦୧୦ରେ ୫୮ ତମ ରାଷ୍ଟ୍ରିୟ ଫିଲ୍ମ ପୁରସ୍କାରର ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ନିଳମାଧବ ପୁରସ୍କୃତ ହୋଇଛି ।

LEAVE A REPLY

Please enter your comment!
Please enter your name here