ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବ୍ୟାଟିଂ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କ୍ୟାପଟେନ ରୋହିତ ଶର୍ମା ଓ ଶସୁବମନ ଗିଲ୍ ଯୋଡି ଅତି ସୁନ୍ଦର ଭାବେ ବ୍ୟାଟିଂ ଆରମ୍ଭ କରିଥିଲେ । 4.2 ଓଭରରେ ଭାରତର ସ୍କୋର 30 ଥିବା ବେଳେ ସୁବମନ ଗିଲ୍ ମିଚେଲଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ । ସୁବମନଙ୍କ ପରେ ମଇଦାନକୁ ଓହ୍ଲାଇଥିଲେ ବିରାଟ କୋହଲି । ଆଶା କରାଯାଉଥିଲା କୋହଲି ଓ ରହିତ ଶର୍ମାଙ୍କ ଯୋଡି ଆଜିର ମ୍ୟାଚକୁ ଆଗେଇ ନେବେ । ମାତ୍ର 9.4 ଓଭରରେ ଭାରତର ସ୍କୋର 76 ଥିବା ବେଳେ ରୋହିତ ଶର୍ମା ଗ୍ଲେନ ମାକ୍ସଓ୍ବେଲଙ୍କ ବଲରେ ଆଉଟ ହୋଇଥିଲେ । ରୋହିତ ଆଉଟ ହେବା ପରେ ଶ୍ରେୟାସ ଲାୟର ଆସିଥିଲେ ହେଁ ତିନୋଟି ବଲ୍ ଖେଳି ଗୋଟିଏ ଚୌକା ମାରିବା ପରେ ଆଉଟ୍ ହୋଇଯାଇଥିଲେ । 10.2 ଓଭରରେ ଭାରତର ସ୍କୋର 81 ଥିବା ବେଳେ ତିନୋଟି ଉଇକେଟ ପଡିବା ଟିମ୍ ଇଣ୍ଡିଆ ଉପରେ ଚାପ ପକାଇଥିଲା । ତେଣୁ ଶ୍ରେୟାସଙ୍କ ପରେ କେ. ଏଲ ରାହୁଲ ଓ ବିରାଟ କୋହଲିଙ୍କ ଯୋଡି ଉଇକେଟ ରଖିବା ପାଇଁ ଅତି ସତର୍କତାର ସହ ମ୍ୟାଚ ଖେଳିଥିଲେ । ପ୍ରଥମ 10 ଓଭରରେ ଭାରତ 80 ରନ କରିଥିବା ବେଳେ 20 ଓଭର ସୁଦ୍ଧା ମାତ୍ର 115 ରନ୍ କରିବାକୁ ସକ୍ଷମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here