ମିସେସ୍ ଫେମିନା ୨୦୨୦ର ଟପ୍ ୨୦ରେ କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶୀନି । ଜଣେ ସଫୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଇପ୍ସିତାଙ୍କର ମଡେଲିଂରେ ରୁଚି ରହିଛି । ୟୁପିର ସୁପର ମଡେଲ ଚାମ୍ପିୟନସିପରୁ ସଫଳତା ସାଉଁଟୁଥିବା ଇପ୍ସିତା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ଟାଇଟେଲ ହାତେଇଛନ୍ତି । ଦେଶର ବିଭିନ୍ନ ସହରରରୁ ଆସିଥିବା ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୨୦ରେ ନିଜର ସ୍ଥାନ ପକ୍କା କରିଛନ୍ତି । ବାପା ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକର ବିଡିଓ ଭାବେ କାର୍ଯ୍ୟରତ ଥିବାବେଳେ ମା’ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନର୍ସ । ଇପ୍ସିତାଙ୍କ ସ୍ୱାମୀ ମଧ୍ୟ ଜଣେ ଇଞ୍ଜିନିୟର । ତେବେ ଝିଅ ହେଉ କିମ୍ବା ମହିଳା ପରିବାର ସେମାନଙ୍କୁ ଉତ୍ସାହିତ ଏବଂ ସହଯୋଗ କଲେ ସେମାନେ ନିଶ୍ଚିତ ସଫଳତାକୁ ଛୁଇଁ ପାରିବେ ବୋଲି କୁହନ୍ତି ଇପ୍ସିତାଙ୍କ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here