ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସକାଳ ସାଢେ ସାତଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ଅଣାଯିବ । ତେବେ କୋଭିଡ ସଂକ୍ରମଣକୁ ନଜରରେ ରଖି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏଥର ଛେରାପହଁରା କରିବେନି । ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ସଚିବ ଏହା ଜଣାଇଛନ୍ତି । ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଏହି ନୀତି ସମାପନ କରିବେ ।

ଗତବର୍ଷ ମଧ୍ୟ ଗଜପତି ମହାରାଜ ରଥଯାତ୍ରା ସମୟରେ ଛେରାପହଁରା କରି ନ ଥିଲେ ।

LEAVE A REPLY

Please enter your comment!
Please enter your name here