ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଜଣେ ମୃତ । ଔଷଧ ବ୍ୟବସାୟୀ କୃର୍ଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଛି । ରବିବାର ସନ୍ଧ୍ୟା ୭ଟାରେ ଡାକ୍ତର ମାନସ ମିଶ୍ର ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ । ଏତକିବେଳେ ହଠାତ ତାଙ୍କ ଉପରେ ଗୁଳିମାଡ ହୋଇଥିଲା । ମୁଖା ପିନ୍ଧା ଦୁବୁର୍ତ୍ତ ଗୁଳି ଚଳାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଘଟଣାରେ ଗୁରୁତର ହୋଇଥିଲେ ବରିଷ୍ଠ ଶିଶୁ ରୋଗ ବିଶେଷଗ୍ୟ ଡଃ ମାନସ ରଞ୍ଜନ ଦାସ । ସେହିପରି କ୍ଲିନିକ ପାଖ ଔଷଧ ଦୋକାନୀ ବି ଗୁଳିମାଡରେ ଆହତ ହୋଇଥିଲେ । ଦୁବୃର୍ତ୍ତଙ୍କୁ ଧରିବା ପାଇଁ ଔଷଧ ଦୋକାନୀ ପିଛା କରୁଥିବାବେଳେ କୃଷ୍ଣଚନ୍ଦ୍ର ସାହୁଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ଦୁହିଁକୁ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଡାକ୍ତର ମାନେସ ମିଶ୍ରଙ୍କ ଭୁବନେଶ୍ୱରରେ ଚିକିତ୍ସା ଚାଲିଛି । ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ସହରର ପ୍ରବେଶ ପଥକୁ ସିଲ୍ କରି ପୋଲିସ ଚାଞ୍ଚ କରୁଛି । ତେବେ କିଏ ଏବଂ କାହିଁକି ଡାକ୍ତରଙ୍କ ଉପରକୁ ଗୁଳି ଚଳାଇଲା ତାହା ସନ୍ଦେହ ଘେରରେ ରହିଛି ।

LEAVE A REPLY

Please enter your comment!
Please enter your name here