ଆସନ୍ତାକାଲି ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପ୍ରାୟ 68 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଗୈରିକ ରଙ୍ଗର ପତାକା ଓ ପୋଷ୍ଟରରେ ଛାଇ ହେଇଯାଇଛି ସମ୍ବଲପୁର ସହର । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବଲପୁର ରେମେଡ ପଡିଆରେ ଆୟୋଜିତ ଜନସମାବେଶରେ ସେ ସମ୍ବୋଧିତ କରିବେ । ଆମ ସଂକଳ୍ପ ବିକଶିତ ଭାରତ, ବିକଶିତ ଓଡିଶା – ସ୍ଲୋଗାନ ଦେଇ ସମାବେଶକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।
2024 ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାରୁ ଏବେ ଉଦଘାଟନ ଓ ଶିଳାନ୍ୟାସର ପର୍ବ ଜୋରଦାର ହୋଇଛି । ପଶ୍ଚିମ ଓଡିଶାରେ ବିଜେପିର ପ୍ରଭାବ ରହିଥିବାରୁ ଏହାକୁ ବଳବତ୍ତର ରଖିବାକୁ ବିଜେପି ପଶ୍ଚିମ ଓଡିଶାକୁ ଫୋକସରେ ରଖିଛି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନରେ ସମ୍ବଲପୁରରୁ ଲଢିବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଗୁରୁୁତ୍ବପୂର୍ଣ୍ଣ ମନେ କରାଯାଉଛି । କେନ୍ଦ୍ର ସରକାରଙ୍କ ସଫଳତାର କଥା କହି ଲୋକଙ୍କୁ ଡବଲ ଇଂଜିନ ସରକାର ପ୍ରତିଷ୍ଠା କରିବାକୁ ମନ୍ତ୍ର ଦେବେ ମୋଦି ।

LEAVE A REPLY

Please enter your comment!
Please enter your name here