ସୋମବାର ମୁମ୍ବାଇରେ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ. ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି. ତେବେ ପୂର୍ବ ମ୍ୟାଚରେ ଭାରତର ପରାଜୟ ପରେ ଦଳରେ ପରିବର୍ତ୍ତନ କରାଯାଇ ଋଷଭ ପନ୍ଥ ଓ ଚହଲଙ୍କ ଜାଗାରେ ସ୍ଥାନ ପାଇଛନ୍ତି ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା. ତେବେ ଏହି ମ୍ୟାଚଟି ଭାରତୀୟ ଦଳ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିବ. କାରଣ ଗତ ମ୍ୟାଚରେ କେବଳ ଅଧିନାୟକ ବିରାଟ କୋହଲୀଙ୍କ ଛଡା ଆଉ କେହି ଭଲ ପ୍ରଦର୍ଶନ କରିପାରିନଥିଲେ. ସେଥିପାଇଁ ଏହି ମ୍ୟାଚରେ ପରିବର୍ତ୍ତନ କରାଯାଇ ଯାଦବ ଓ ଜାଡେଜାଙ୍କୁ ସ୍ଥାନ ଦିଆଯାଇଛି. ତେବେ ଆଜିର ମ୍ୟାଚଟି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ  ସମସ୍ତଙ୍କ ନଜର ଭାରତ ଉପରେ ରହିବ.

LEAVE A REPLY

Please enter your comment!
Please enter your name here