ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ପଡୁଥିଲେ ବଡ ବଡ ନେତା । ତଦନ୍ତ ଚାଲିଛି, ଧିରେ ଧିରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଅନେକ ଫଟୋ ମଧ୍ୟ ଭାଇରାଲ ହେଉଛି । ଯେଉଁ ଫଟୋରେ ବିଜେଡିର ବଡ ବଡ ନେତାଙ୍କ ସହ ନଜର ଆସିଛନ୍ତି ଅର୍ଚ୍ଚନା ନାଗ । ଏମିତି ସେମିତି ଫଟୋ ନୁହେଁ ବରଂ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସ୍ଥିତ ସତ୍ୟବିହାର ଘରେ ଡାଇନିଂଗ ଟେବୁଲରେ ବସି ଦୁଇ ନେତା ଖାଉଥିବାର ଫଟୋ ଏବେ ଭାଇରାଲ ହେଉଛି । ଏହି ଦୁଇଜଣ ନେତା କଳାହାଣ୍ଡିର । ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଏବଂ ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ ପଟ୍ଟନାୟକ । ଏମାନେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧୁଙ୍କ ସହ ବସି ଡିନର କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ କନକ ବର୍ଦ୍ଧନ ସିଂ ଦେଓ ଏବଂ ସୂର୍ଯ୍ୟ ପାତ୍ରଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଥିଲା ।
ସେପଟେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅର୍ଚ୍ଚନା ନାଗଙ୍କ ଶୁଣାଣି ହୋଇଛି । ଝାରପଡା ଜେଲରୁ ଭିସିରେ ହାଜର ହୋଇଥିଲେ । ଦେବାଶିଷ ମହାପାତ୍ର ତାଙ୍କ ଓକିଲ ବୋଲି ଅର୍ଚ୍ଚନା ଜଣାଇଥିଲେ । ଆଜି ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା । ତେବେ ଶୁଣାଣି ପାଇଁ କୋର୍ଟକୁ ସମୟ ମାଗିଥିଲେ ଅର୍ଚ୍ଚନାଙ୍କ ଓକିଲ ।

LEAVE A REPLY

Please enter your comment!
Please enter your name here