ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ । 3 ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ ଜିତିଲା ଭାରତ । ଚାରି ମ୍ୟାଚ ବିଶିଷ୍ଟ ସିରିଜକୁ 2-1ରେ ଭାରତ ଜିତିବା ସହ ରେକର୍ଡ ସୃଷ୍ଟି କରିଛି । ବ୍ରିସବେନର ଗାବାରେ ଏହା ଭାରତର ପ୍ରଥମ ବିଜୟ । ଅଷ୍ଟ୍ରେଲିଆ 369 ଓ 294 ସ୍କୋର କରିଥିବା ବେଳେ ଜବାବରେ ଭାରତ 336 ଓ 329 ସ୍କୋର କରିଥିଲା । ଏଥିସହିତ ଭାରତ ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିଛି । 1988 ପରେ ଗାବାରେ ଇଣ୍ଡିଜ ପରେ ଭାରତ ପ୍ରଥମ ବିଜୟ ହାସଲ କରିଛି । ଓପନର ଗିଲଙ୍କ 91 ଓ ପୂଜାରାଙ୍କ 56 ରନ କରିଥିବା ବେଳେ ପନ୍ତଙ୍କ ଅପରାଜିତ 91 ରନ ଭାରତକୁ ବିଜୟ କରିଥିଲା । ଭାରତର ଏହି ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।