ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସ୍ 2018ରେ ବ୍ରୋଞ୍ଚ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଆ ଝିଅ ଜୟନ୍ତୀ ବେହେରା । 200 ମିଟର ମହିଳା ଦୌଡ଼ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ଆଥଲେଟ୍ ଜୟନ୍ତୀ । 27.45 ସେକେଣ୍ଡ ନେଇ ଜୟନ୍ତୀ ଏହି ଦୌଡ଼ ଶେଷ କରିଥିଲେ । ଚୀନର ୟାଙ୍ଗ୍ ୟାନପିଙ୍ଗ୍ 26.45 ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଲିଲୁ 25.82 ସେକେଣ୍ଡରେ ଦୌଡ଼ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରୀର ସାକ୍ଷୀଗୋପାଳ ଅଞ୍ଚଳର ଜୟନ୍ତୀ 2017ରେ ଅନୁଷ୍ଠିତ ଚାଇନା ଓପନ୍ ପାରା ଆଥଲେଟିକ୍ସ୍ ଚାମ୍ପିୟନସିପରେ 400 ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଯାହା ଥିଲା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା । ଜୟନ୍ତୀଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

LEAVE A REPLY

Please enter your comment!
Please enter your name here