କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ 6 ଥର ସାଂସଦ ନିର୍ବାଚିତ ହୋଇଥିଲେ ଭର୍ତ୍ତୃହରି ମହତାବ । ଏଥର ଟିକଟ କଟିବା ଜାଣିବା ପରେ ବିଜେଡି ବିରୋଧରେ ପ୍ରଥମେ ବିଷୋଦଗାର କଲେ । ବର୍ଷ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଦେଖା ହୋଇପାରୁନି ବୋଲି କହିଲେ । ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଜି ବିଜେପି ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । କଟକ ଲୋକସଭା ଆସନରୁ ଏଥର ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।
ପୂର୍ବରୁ ବିଜେପି 18 ଟି ଲୋକସଭା ଆଶନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଜି ବାକି ତିନୋଟି ଆସନ କଟକ, କନ୍ଧମାଳ ଓ ଯାଜପୁର ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଟକ ଆସନରେ ଭର୍ତ୍ତୃହରି ମହତାବ, କନ୍ଧମାଳରେ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ଲୋକସଭା ଆସନରେ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here