ଛତିଶଗଡ଼ ପୁଲିସକୁ ବଡ଼ ସଫଳତା । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଂଟରରେ ୧୦ ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଆଜି ଛତିଶଗଡ ବିଜାପୁରରେ ନକ୍ସଲମାନେ ଲୁଚିଥିବା ସୁରକ୍ଷାକର୍ମୀମାନେ କୌଣସୀ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଭୈରମଗଡ ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ସେହି ସମୟରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର କଡା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ପ୍ରବଳ ଗୁଳିମାଡରେ ମାଓକ୍ୟାମ୍ପ ଛିନଛତ୍ର ହେବା ସହ କ୍ୟାଡରମାନେ ଛତ୍ରଭଙ୍ଗ ଦେଇଥିଲେ । ଏହାସହ ଏହି ଏନକାଉଂଟରରେ ୧୦ଜଣ କ୍ୟାଡର ନିହତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ।

LEAVE A REPLY

Please enter your comment!
Please enter your name here