ଦିଲ୍ଲୀରେ ଚଳିତବର୍ଷ ବି ବିନା ବାଣରେ ଦୀପାବଳି ପାଳନ କରାଯିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ଉପରେ କଟକଣା ଜାରି କରିଛନ୍ତି । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗୋପାଳ ରାୟ ଟୁଇଟ୍ କରି କହିଛନ୍ତି ଯେ, ପ୍ରଦୁଷଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ବର୍ଷ ବି ବାଣ ବିକ୍ରୀ ଏବଂ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ । ଯାହାଫଳରେ ପ୍ରଦୁଷଣରୁ ଲୋକମାନେ ବଞ୍ଚିପାରିବେ । ଅନଲାଇନ୍‌ରେ ବିକ୍ରୀ ହେଉଥିବା ବାଣ ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here