ଚାରିରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବାଜିଲା ନିର୍ବାଚନ ବିଗୁଲ୍ I ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିଛନ୍ତି I ଆସାମରେ ତିନୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ I ମାର୍ଚ୍ଚ 27, ଅପ୍ରେଲ 1 ଓ 6 ତାରିଖରେ ଭୋଟ ଗ୍ରହଣ ହେବ I ସେହିପରି ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ମାର୍ଚ୍ଚ 27, ଅପ୍ରେଲ 1, 6, 10, 17, 22, 26 ଓ 29ରେ ଭୋଟ ଗ୍ରହଣ କରାଯିବ I ମେ 2 ରେ ଚାରି ରାଜ୍ୟର ଫଳ ଘୋଷଣା କରାଯିବ I

LEAVE A REPLY

Please enter your comment!
Please enter your name here