ଆଜି ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ। CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି ଏବେ ଛାତ୍ରଛାତ୍ରୀ ନିଜର ଫଳାଫଳ ଚେକ୍ କରି ପାରିବେ।ଡିଜିଲକର ଓ ଉମଙ୍ଗ ଆପ୍ରେ ମଧ୍ୟ ରେଜଲ୍ଟ ଦେଖିପାରିବେ। cbse.gov.in ଏବଂ results.cbse.nic.inରେ ରେଜଲ୍ଟ ଉପଲବ୍ଧ। ଚଳିତବର୍ଷ ସାରା ଦେଶରେ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ୧ଲକ୍ଷ ପରୀକ୍ଷାର୍ଥୀ ଅଛନ୍ତି। CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। CBSE ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସହିତ ପ୍ରତ୍ୟେକ ବିଷୟରେ ଅତି କମରେ ୩୩% ଏବଂ ସାମଗ୍ରିକ ଭାବରେ ୩୩% ନମ୍ବର ରଖିବାକୁ ପଡିବ। ଏହି ନିୟମଗୁଡ଼ିକ ବୋର୍ଡର ସାଧାରଣ ଏବଂ ବର୍ତ୍ତମାନର ନିୟମ ଅଟେ।













