ମୁକୁଳିବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ । ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଭିଯୁକ୍ତ ୬ ଜଣଙ୍କୁ ଆଜୀବନ ଜେଲଦଣ୍ଡ ହୋଇଥିଲା । ଏମାନଙ୍କ ମଧ୍ୟରେ ଅଛି ମୁଖ୍ୟ ଅଭିଯୁକ୍ତ ନଳିନୀ ଏବଂ ଅନ୍ୟ ୫ ଜଣ । ଏମାନଙ୍କୁ ମୁକ୍ତ କରିବାକୁ ଆଗରୁ ତାମିଲନାଡୁ ସରକାର ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । କିନ୍ତୁ ରାଜ୍ୟପାଳଙ୍କ ପାଖରେ ବହୁ ଦିନ ଧରି ରାଜକ୍ଷମା ଆବେଦନ ପଡି ରହିଥିବାରୁ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଆଗରୁ ଅନ୍ୟତମ ଅଭିଯୁକ୍ତ ପେରାରିଭାଲାନକୁ ମୁକ୍ତ କରିଥିଲେ ସୁପ୍ରିମକୋର୍ଟ । ୧୯୯୧ ମେ ୨୧ ତାରିଖରେ ତାମିଲନାଡୁରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା । ଏକ ନିର୍ବାଚନ ରାଲିରେ ପ୍ରଚାରବେଳେ ତାଙ୍କୁ ଆତ୍ମଘାତୀ ବୋମା ବିସ୍ଫୋରଣରେ ଉଡାଇ ଦିଆଯାଇଥିଲା । ଶ୍ରୀଲଙ୍କାର ଆତଙ୍କବାଦୀ ସଙ୍ଗଠନ ଏଲଟିଟି କରିଥିଲା ଏହି ଷଡଯନ୍ତ୍ର ।

LEAVE A REPLY

Please enter your comment!
Please enter your name here