2023 ପାଇଁ ଯୁବଗାଳ୍ପିକ ଡିଲେଶ୍ୱର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ । ସେ ତାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁରସ୍କାର ବାବଦକୁ ଶ୍ରୀ ରଣାଙ୍କୁ ୫୦ ହଜାର ଟଙ୍କାର ଚେକ୍, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ । 35 ବର୍ଷରୁ କମ୍ ବୟସର ତରୁଣ ଲେଖକଙ୍କ ପ୍ରକାଶିତ ପୁସ୍ତକକୁ ଏଥିପାଇଁ ଚୟନ କରାଯାଇଥାଏ । ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ବିଶିଷ୍ଟ ଲେଖକ ଡକ୍ଟର ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର । ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ମଧ୍ୟରେ ଥିବା ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

LEAVE A REPLY

Please enter your comment!
Please enter your name here