ନିରାଡମ୍ବରରେ ଆଜି ଶେଷ ହୋଇଛି ମାଙ୍କ ପୂଜାର୍ଚ୍ଚନା । ଆସନ୍ତାକାଲି ବିସର୍ଜନ । ମାଙ୍କ ବିସର୍ଜନକୁ ନେଇ ମଧ୍ୟ କଟକଣା ଜାରି ହୋଇଛି । କଟକରେ ଭସାଣ ନେଇ କମିଶନରେଟ ପୋଲିସର ନିର୍ଦ୍ଦେଶାବଳୀ । କାଲି ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ । ଭସାଣ ପାଇଁ ସମସ୍ତ ପୂଜା ମଣ୍ଡପ ପାଇଁ ୪ ପର୍ଯ୍ୟାୟ ସମୟ ଧାର୍ଯ୍ୟ କରାଯାଇଛି । ସକାଳ ୧୦ରୁ ୧୨, ୧୨ରୁ ୨, ୨ରୁ ୪, ୪ରୁ ସଂଧ୍ୟା ୬ ମଧ୍ୟରେ ଭସାଣ କାର୍ଯ୍ୟକ୍ରମ କରାଯିବ । ସକାଳ ୧୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ମଧ୍ୟରେ ସରିବ ଭସାଣ । ପ୍ରତି ପୂଜା କମିଟିର ୭ଜଣଙ୍କୁ ଭସାଣରେ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଭସାଣ ବେଳେ ସାହି ପରିକ୍ରମା ନେଇ ଅନୁମତି ନାହିଁ । ଚେଚିସ ବଦଳରେ ଡାଲା ଅଟୋ , ପିକଅପ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଭସାଣ ଉତ୍ସବ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

LEAVE A REPLY

Please enter your comment!
Please enter your name here