ଓଡିଶାରେ ପ୍ରଥମ ଦୁଇଟି ପଜିଟିଭକୁ ନେଇ ଯେତିକି ଚିନ୍ତା ନ ଥିଲା, ତୃତୀୟ କରୋନା ପଜିଟିଭ ବାହାରିବା ପରେ ଏବେ ଚିନ୍ତା ଭୟଙ୍କର ଭାବେ ବଢିଯାଇଛି I ଏଇଥିପାଇଁ ଚିନ୍ତା ବଢିଯାଇଛି ଯେ, ତୃତୀୟ ସଂକ୍ରମିତ ବ୍ୟକ୍ତି କେବଳ ନିଜେ ସଂକ୍ରମିତ ନୁହଁନ୍ତି, ସେ ଗତ 10 ତାରିଖରେ ଭୁବନେଶ୍ବର ଆସିବା ପରେ ପ୍ରଥମେ ବିଧାନସଭା ଡିସପେନସେରୀ, ପରେ କର କ୍ଲିନିକ ଏବଂ ଶେଷରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି I ତେଣୁ ତୃତୀୟ ବ୍ୟକ୍ତି ସଂକ୍ରମିତ ହେବା ସହ ବହୁ ଲୋକଙ୍କୁ ସଂକ୍ରମିତ କରିଥିବା ନେଇ ଆଶଙ୍କା ବୃଦ୍ଧି ପାଇଛି I ତୃତୀୟ ବ୍ୟକ୍ତିଙ୍କ ପରିବାର, କର କ୍ଲିନିକର କର୍ମଚାରୀ ଏବଂ ବିଧାନସଭା ଡିସପେନସେରୀ କର୍ମଚାରୀ, ଯେଉଁମାନେ ଏହି ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କ ସଂକ୍ରମଣ ଆଶଙ୍କା ବଢିଯାଇଛି I ତେଣୁ ଏହି ତୃତୀୟ ବ୍ୟକ୍ତିଙ୍କ ସଂଶ୍ପର୍ଶରେ ଆସିଥିବା ଲୋକ ଏବଂ ସେମାନଙ୍କ ସଂଶ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ଯଦି ଚିନ୍ତା କରାଯାଏ, ତେବେ ଓଡିଶାର ଏହି ତୃତୀୟ ସଂକ୍ରମିତ ବ୍ୟକ୍ତି ଏବେ ଚିନ୍ତାର କାରଣ ହୋଇଛି I

LEAVE A REPLY

Please enter your comment!
Please enter your name here