କରୋନା ବଢାଇଲାଣି ଭୟ । ରାଜ୍ୟରେ କରୋନା ସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି । ବିଷେଶକରି ଖୋର୍ଦ୍ଧା ଜିଲ୍ଲାରେ କାୟା ମେଲାଇଲାଣି କରୋନା ଭାଇରସ । ଯାହାକୁ ନେଇ ସରକାର ଏବେ ତତ୍ପର । ଭୁବନେଶ୍ୱର ୟୁନିଟ୍ -୧ରେ ୭ ପଜିଟିଭ୍ ଚିହ୍ନଟ ପରେ ସିଲ୍ କରାଯାଇଛି । ଏସବିଆଇ ଅଫିସକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଆଗାମି ୪୮ ଘଣ୍ଟା ଲାଗି ଏସବିଆଇ ବ୍ୟାଙ୍କ ଶାଖା ସିଲ୍ କରାଯାଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି । ତେବେ ସିଲ୍ କରାଯାଇ ପୁରା ଏସବିଆଇ ମୁଖ୍ୟ ଶାଖାକୁ ସାନିଟାଇଜ୍ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here