ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଜାଗମରା ସ୍ଥିତ ଘରେ ରହୁଥିଲା ଅର୍ଚ୍ଚନା ନାଗ । ଠିକ୍ ସମୟରେ ଭଡା ଦେଉ ନ ଥିଲା । ଭଡା ମାଗିଲେ ଝଗଡା କରୁଥିଲା । ଏପରିକି ପ୍ରମୋଦ ସ୍ବାଇଁ ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲା । ଆଜି ଇଡିରେ ହାଜର ହେବା ବେଳେ ଗଣମାଧ୍ୟକୁ ଏହା କହିଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ।

ପ୍ରମୋଦ କହିବା ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ତାଙ୍କ ଜାଗମରା ସ୍ଥିତ ଘରେ ଭଡା ରହୁଥିଲା । ଉପର ମହଲାରେ ସେ ରହୁଥିବା ବେଳେ ଦ୍ବିତୀୟ ମହଲାରେ ରହୁଥିଲା ତାର ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ତେବେ ଭଡାରେ ଥିବା ବେଳେ ଶ୍ରଦ୍ଧାଞ୍ଜଳି ସହ ଅର୍ଚ୍ଚନାର ପରିଚୟ ହୋଇଥିଲା । ସ୍ବାମୀ ଜଗବନ୍ଧୁ ସହ ମିଶି ଶ୍ରଦ୍ଧାଞ୍ଜଳିକୁ ପ୍ରଥମେ ବ୍ଲାକମେଲ୍ କରିବା ପରେ ନିଜ କାରବାରରେ ଲଗାଇଥିଲା । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସଂପର୍କରେ ଖୋଳଚାଡ କରୁଥିବା ଇଡି ଆଜି ପ୍ରମୋଦଙ୍କୁ ସମନ କରିଥିଲା । ଏପର୍ଯ୍ୟନ୍ତ ଏହି ମାମଲାରେ ଇଡି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ବିଜେଡି ବିଧାୟକ ସୁଧୀର ସାମନଙ୍କ ଭାଇ ଗଙ୍ଗାଧର ସାମଲ, ବ୍ୟବସାୟୀ ଅମୀୟ ଦାସ ପ୍ରମୁଖଙ୍କୁ ଜେରା କରି ସାରିଛି ।

LEAVE A REPLY

Please enter your comment!
Please enter your name here