ଆଲୋକର ପର୍ବ ଦୀପାବଳି । କେବଳ ଜଳିବ ଦୀପ । ବାଣ ଫୁଟିବନି । କରୋନା ସଙ୍କ୍ରମଣ ରୋକିବା ପାଇଁ ବାଣ ଫୁଟାଇବା ଓ ବିକ୍ରୀ ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ପୋଲିସ । ଭୁବନେଶ୍ୱରରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେହି ବାଣ ଫୁଟାଇଲେ ୧୦୦ ନମ୍ବରରେ କଲ୍ କରିବାକୁ ପୋଲିସ ପରାମର୍ଶ ଦେଇଛି । ସେପଟେ ଶ୍ରମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ ବଡୁଆ ଡାକିବାକୁ ପୁରୀ ପ୍ରଶାସନ ନିଷେଧ କରିଛି । ଧୁଆଁ ଦ୍ୱାରା କରୋନା ସଙ୍କ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ବିନ୍ଦୁ ସାଗର ଓ ଲିଙ୍ଗରାଜ ମନ୍ଦିରରେ ଶ୍ରାଦ୍ଧ ଓ ପିଣ୍ଡଦାନ ଉପରେ ରୋକ୍ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here