ଦକ୍ଷିଣ ଆଣ୍ଡାମାନ ସାଗର ତଥା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା 29 ତାରିଖରେ ଏହା ଅବପାତର ରୂପ ନେବ । କ୍ରମଶଃ ଏହି ଅବପାତ ବାତ୍ୟାର ରୂପ ନେବା ସହ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ଅବପାତରେ ପରିଣତ ହେବାର 48 ଘଣ୍ଟା ଭିତରେ ଏହା ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଉପକୂଳରେ ଏଖ ଘୂର୍ଣ୍ଣିବଳୟ ସୃଷ୍ଟି କରିବାର ସମ୍ଭାବନା ରହିଛି । ଯଦିଓ ବାତ୍ୟାର ଗମ୍ଭୀରତା ସଂପର୍କରେ କିଛି ଆକଳନ କରାଯାଇନି, ତେବେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ତାହା ସ୍ପଷ୍ଟ ହେବ । ତେବେ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଏହାର ପ୍ରଭାବ ପରିଲକ୍ଷିତ ହେବା ସୂଚନା ମିଳୁଛି ।

LEAVE A REPLY

Please enter your comment!
Please enter your name here