ପାରାଦୀପରେ ବୋଇତ ବନ୍ଦେଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉସ୍ତବରେ ଯୋଗ ଦେଇ ରାଷ୍ଟ୍ରପତି ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରଂପରାର ସ୍ମୃତିଚାରଣ କରିଛନ୍ତି । ଓଡିଶାର ଏହି ବୋଇତ ବନ୍ଦାଣ ପର୍ବକୁ ଆଜି ପୁରପଲ୍ଲୀରେ ପାଳନ କରାଯାଇଛି । ନଦୀ, ପୋଖରୀ, ଜଳାଶୟରେ ଡଙ୍ଗା ଭସେଇ ବୋଇତ ବନ୍ଦାଣ ଉତ୍ସବ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ ହୋଇଛି । ଓଡିଶାର ଏହି ଐତିହ୍ୟ ଓ ପରଂପରା କଥା ମନେ ପକେଇବା ବେଳେ ରାଷ୍ଟ୍ରପତି ପିଲାଦିନେ ସେ କିପରି ଡଙ୍ଗା ଭସାଉଥିଲେ, ମନେପକାଇଥିଲେ । ପାରାଦୀପ ବନ୍ଦରର ଗାରିମା କଥା କହିବା ସହ ଭାରତ ସରକାର ବନ୍ଦର ଗୁଡିକର ବିକାଶ ପାଇଁ ନେଉଥିବା ସାଗରମାଳା ଯୋଜନା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସେ କହିଥିଲେ । ଯୁବବର୍ଗ ବାଣିଜ୍ୟ ବ୍ୟବସାୟରେ ମନୋନିବେଶ କରିବାକୁ ସେ ଆହ୍ବାନ ଦେଇଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାଧବ ପୁଅମାନଙ୍କୁ ଶୁଭ କଳସ ପ୍ରଦାନ କରି ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ କୋଷ୍ଟଗାର୍ଡ ଜାହଜ ଅମୋଘରେ ସେ କିଛି ସମୟ ପୋତାଶ୍ରୟ ବୁଲି ଦେଖିଥିଲେ । ପାରାଦୀପରେ ମହାମହିମ ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here