ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି | ତେବେ ଆଗକୁ ମଧ୍ୟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି | ସେପଟେ ଏହି ବଡ ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପ୍ରମୁଖ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୧୦ଲକ୍ଷ ଲେଖାଏଁ ଟଙ୍କା ସହ ଆହତ ଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି |
ସୂଚାନଯୋଗ୍ୟ, ରବିବାର ଭୋର ପ୍ରାୟ ୫ଟା ସମୟରେ ଦିଲ୍ଲୀର ରାଣୀ ଝାନ୍ସି ରୋଡରେ ଥିବା ଏକ ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା | ଏହି ଅଗ୍ନିକାଣ୍ଡରେ ଶ୍ବାସରୁଦ୍ଧ ଓ ନିଆଁରେ ପୋଡି ହୋଇ ୪୩ଜଣଙ୍କର ମୃତ୍ୟୁ ହୋଇଛି | ସେପଟେ ନିଆଁରେ ପୋଡି ହୋଇ ୧୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି | ତେବେ ଅଗ୍ନିକାଣ୍ଡରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ୩୦ଟି ଦମକଳ ଗାଡି ଓ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here