ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ଏହି ଯୋଜନାରେ 30 ଲକ୍ଷ କୌଳିକ ବୃତ୍ତିଧାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହି ଯୋଜନାରେ ପାଞ୍ଚବର୍ଷ ପାଇଁ 13 ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 2028 ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯୋଜନାରେ 18ଟି ବର୍ଗର କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାର ଉପକୃତ ହେବେ ବୋଲି କୁହାଯାଇଛି । କୌଳିକ ବୃତ୍ତି କରି ପେଟ ପୋଷୁଥିବା କାରିଗରମାନେ ଏହି ଯୋଜନାରେ 1 ଲକ୍ଷ ଟଙ୍କା ଋଣ ସହାୟତା ପାଇପାରିବେ । ଏଥିପାଇଁ ସୁଧହାର ପାଞ୍ଚ ପ୍ରତିଶତ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବଢେଇ, ବଣିଆ, କୁମ୍ଭାର,ଡଙ୍ଗା କାରିଗରଙ୍କ ଭଳି 18ଟି ବର୍ଗର କାରିଗରମାନେ ଏଙାର ସଉଫଳ ପାଇପାରିବେ ।

LEAVE A REPLY

Please enter your comment!
Please enter your name here