ନୟାଗଡର ୧୨ ବର୍ଷୀୟ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଉଦ୍ଧାର ହେବା ଘଟଣା । ଅପହରଣ ପଛରେ ୩ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା । ଆଖିରେ କଳା ପଟି ବାନ୍ଧି ଅମ୍ରିତକୁ ୩ ଜଣ ଅପହରଣ କରିଥିଲେ । ଏକ ଗୋଦାମ ଘରେ କିଛି ସମୟ ରଖିବା ପରେ ପଣ୍ଡିତସାହି ଘରେ ରଖିଥିଲେ । ଖାଇବାକୁ ପକୁଡି, ବିସ୍କୁଟ ଦେଉଥିଲେ , ଛୁରି ଦେଖାଇ ଧମକ ଦେଉଥିଲେ । ପରିବାର ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ଖବର ପ୍ରସାରଣ ହେବା ପରେ ଆଜି ସକାଳୁ ଅପହରଣକାରୀ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here