ପ୍ରଥମେ ନାବାଳିକାଙ୍କୁ ବିବାହର ପ୍ରଲୋଭନ । ପରେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭାଇରାଲ । ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ । ଗୋପ ମୁସଲିମ ବସ୍ତିର ଜଣେ ନାବାଳିକା ନିଜ ଗାଧୁଆ ଘରେ ଗାଧୋଇବା ସମୟରେ ତାଙ୍କ ଅଜାଣତରେ ସେହି ବସ୍ତି ର( ମହମ୍ମଦ ସୁମନ ) ପିଡୀତାଙ୍କ ନଗ୍ନ ଫଟୋ ନିଜ ମୋବାଇଲରେ ସୁଟ୍ କରିଥିଲା । ପରେ ନାବାଳିକାକୁ ସେହି ଫଟୋ ଦେଖାଇ ତା ସହିତ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସୁମନ । ସମ୍ପର୍କ ନରଖିଲେ ଫଟୋକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବ ବୋଲି ଧମକ ବି ଦେଉଥିଲା । ପିଡୀତା ଜଣକ ଲୋକଲଜ୍ୟା ଭୟରେ ଯୁବକଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲା , ପରେ ବିବାହ ନକରି ଅଭିଯୁକ୍ତ ମାଲେସିଆ ଚାଲି ଯାଇଥିଲା ଏବଂ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ପୀଡିତାଙ୍କ ପରିବାର ଲୋକ ଏ ଵାବଦରେ ଅବଗତ ହେବା ପରେ ଗତ ୨ ତାରିଖରେ ଗୋପ ଥାନାରେ ଅଭିଯୋଗ କରିଥିଲେ । ହେଲେ ଥାନା ଆଇଆଇସି ଛୁଟିରେ ଅଛନ୍ତି, ପରେ ଆସିବା ପାଇଁ କହି ଫେରାଇ ଦେଇଥିଲେ ଦାୟିତ୍ୱ ରେ ଥିବା ଥାନା ଅଧିକାରୀ । ନ୍ୟାୟ ଦାବିରେ ମଙ୍ଗଳବାର ଗୋପ ଥାନା ଆଗରେ ୧୦ ଘଣ୍ଟା ଧରି ଧାରଣାରେ ବସିଥିଲେ ପୀଡିତା ଏବଂ ତାଙ୍କ ପରିବାର । ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଁଞ୍ଚି ପୀଡିତାଙ୍କ ବୟାନ ରେକର୍ଡ ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପୋକସୋ ଆକ୍ଟରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପୁରୀ ଅତିରିକ୍ତ ଏସପି । ମୁଖ୍ୟ ଅଭିଯୁକ୍ତଙ୍କ ସହ ତାର ତିନି ଜଣ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ସମସ୍ତ ଫେରାର ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here