ବିସିସିଆଇ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି । ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଦାଦା ଆଜି ୩୯ତମ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି । ୯ମାସ ପାଇଁ ବିସିସିଆଇ ସଭାପତି ଦାୟିତ୍ୱ ତୁଲାଇବେ ଗାଙ୍ଗୁଲି । ଦାଦାଙ୍କ ଦାୟିତ୍ୱ ଗ୍ରହଣ ସହ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଶାସକ ସମିତିର ୩୩ ମାସର ଶାସନ ଶେଷ ହୋଇଛି । ଗାଙ୍ଗୁଲିଙ୍କ କାର‌୍ୟ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର‌୍ୟ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଳ କୋଷାଧ୍ୟକ୍ଷ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ସଚିବ, କେରଳର ଜୟେଶ ଜଜ ଯୁଗ୍ମ ସଚିବ ଓ ଉତ୍ତରାଖଣ୍ଡର ମହୀମ ବର୍ମା ଉପସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here