ଭୁବନେଶ୍ବରରେ ନକଲି ଔଷଧ କାରବାର । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ ହେବା ପରେ ଆଜି ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଚଢାଉ କରିଛି ସ୍କ୍ବାର୍ଡ । ନିର୍ଦ୍ଧିଷ୍ଟ ଭାବେ ଟେଲମା – 40 ଔଷଧର ଜାଲିଆତି ହୋଇଥିବା ଅଭିଯୋଗ ହେବା ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ସ୍ବାର୍ଡ ଚଢାଉ କରିଛନ୍ତି । ବ୍ରାଣ୍ଡ କଂପାନୀର ପ୍ୟାକେଟରେ ଟେଲମା 40 ର ନକଲି ଔଷଧ ମିଳିବା ପରେ ରିଟେଲ ଦୋକାନରୁ ସ୍କ୍ବାର୍ଡ ନକଳି ଔଷଧ ଜବତ କରିଛନ୍ତି । ସ୍ବାର୍ଡ ଅଧିକାରୀ କହିବା ଅନୁଯାୟୀ, ଏକ ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିଛି । ତେବେ ଜବତ ନକଲି ଔଷଧ ବିଷାକ୍ତ କି ନୁହେଁ, ତାହା ପରୀକ୍ଷା କଲେ ଜଣାପଡିବ ।