ଆରପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ । ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଶତାଧିକ ଓଡିଆ ସିନେମାରେ ଅଭିନୟ କରି ମିହିର ଦାସ ଓଡିଆ ସିନେପ୍ରମୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।

୧୧ ଫେବ୍ରୁଆରୀ ୧୯୫୯ରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ ମିହିର ଆରମ୍ଭ କରିଥିଲେ କ୍ୟାରିୟର । ପୁଅ ମୋର ଭୋଳାଶଙ୍କରରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ ମିହିର । ଅନେକ ଥର ଶ୍ରେଷ୍ଠ ଅଭିନେତାର ତାଜ୍ ପିନ୍ଧିଛନ୍ତି ମିହିର ଦାସ । ରାମାୟଣ, କନ୍ୟାଦାନ, ଘର ମୋର ସ୍ବର୍ଗ, ଭାଗ୍ୟ ହାତେ ଡୋରୀ, ରାଜା ଝିଅ ସାଙ୍ଗେ ହୋଇଗଲା ଭାବ, ପାଗଳ କରିଛୁ ତୁ ଭଳି ଅନେକ ଲୋକପ୍ରିୟ ଓଡିଆ ସିନେମାରେ ଅଭିନୟ କରି ସେ ଲୋକଙ୍କ ମନ ଜିଣିପାରିଥିଲେ । ତାଙ୍କର ପରଲୋକରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here