ଖଲିସ୍ତାନୀ ଉଗ୍ରପନ୍ଥୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତର ସଂପୃକ୍ତି ନେଇ କାନାଡା ସରକାରଙ୍କ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । ଖଲିସ୍ତାନୀ ଉଗ୍ରପନ୍ଥୀଙ୍କୁ ଭାରତ ସରକାର ବେଆଇନ ଘୋଷଣା କରିଥିବା ବେଳେ ୟୁକେରେ ଭାରତୀୟ ହାଇକମିଶନରଙ୍କୁ ଖଲିସ୍ତାନୀ ଉଗ୍ରପନ୍ଥୀ ବିରୋଧ କରିଛନ୍ତି । ସ୍କଟଲାଣ୍ଡ ସ୍ଥିତ ଏକ ଗୁରୁଦ୍ବାରକୁ ମଧ୍ୟକୁ ଭାରତୀୟ ହାଇକମିଶନର ବିକ୍ରମ ଦୋରାଇସ୍ବାମୀଙ୍କୁ ପ୍ରବେଶ କରିବାରେ ବିରୋଧ କରିଛନ୍ତି ଖଲିସ୍ତାନୀ ଉଗ୍ରପନ୍ଥୀ । ଭାଇରାଲ ହୋିଥିବା ଭିଡିଓରେ ଦୁଇଜଣ ଖଲିସ୍ତାନୀ ଉଗ୍ରପନ୍ଥୀ ହାଇକମିଶନରଙ୍କ କାର୍ ପାଖକୁ ଆସି ତାଙ୍କୁ ଭିତରକୁ ଯିବାକୁ ବାରଣ କରିଛନ୍ତି । ଏହାପରେ ହାଇକମିଶନର ଗୁରୁଦ୍ବାର ପରିସର ଛାଡି ଫେରି ଆସିଥିବା ଜଣାପଡିଛି । ଗୁରୁଦ୍ବାର ପକ୍ଷରୁ ଭାରତୀୟ ହାଇକମିଶନରଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ ଖଲିସ୍ତାନୀ ଉଗ୍ରପନ୍ଥୀ ଏହାକୁ ବିରୋଧ କରିଥିଲେ । ତେବେ ଯୁକେରେ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ କାର୍ଯ୍ୟ ସଂପର୍କରେ ଭାରତ ତାର ଉଦବେଗ ୟୁକେ ବୈଦେଶିକ ଅଫିସକୁ ଜଣାଇ ଦେଇଛି । ଭାରତୀୟ ହାଇକମିଶନରଙ୍କ ସୁରକ୍ଷା ପ୍ରସଙ୍ଗ ହୋିଥିବାରୁ ଏ ସଂପର୍କରେ ପୋଲିସ ରିପୋର୍ଟ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here