ଶପଥ ନେଲେ ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଥମେ ମେୟରଙ୍କୁ ଶପଥ ପାଠ କରାଇବା ପରେ 67 ଜଣ କର୍ପୋରେଟରଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଏମସି ସମ୍ମିଳନୀ କକ୍ଷରେ ଶପଥ ପାଠ ଉତ୍ସବର ଆୟୋଜନ କରାଯାଇଥିଲା । ମେୟର ଓ କର୍ପୋରେଟରମାନେ ପହଞ୍ଚିବା ପରେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶପଥ ପାଠର ପର୍ବ ।

ଶପଥ ପାଠ ପରେ ଡେପୁଟୀ ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଭୋଟ ଗ୍ରହଣ ବ୍ୟବସ୍ଥା ରହିଛି । ମାତ୍ର ଭୁବନେଶ୍ବର ମହାନଗର ନିଗମରେ 67 କର୍ପୋରେଟରଙ୍କ ମଧ୍ୟରୁ 48 ଜଣ ବିଜେଡି କର୍ପୋରେଟର ଥିବାରୁ ଡେପୁଟୀ ମେୟର ପଦ ପାଇଁ ପ୍ରତିଦ୍ବନ୍ଦିତା ହେବାର ପ୍ରଶ୍ନ ଉଠୁନି । ବିଜେଡି ପ୍ରାର୍ଥୀ ଭାବେ 22 ନମ୍ବର ଓ୍ବାର୍ଡର ପ୍ରାର୍ଥୀ ମଞ୍ଜୁଲତା କହଁର ନାମାଙ୍କନ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here