ଅଲବିଦା ତୁନିଷା ଶର୍ମା । ମୁହଁରେ ମିଲିୟନ ଡଲାର ସ୍ମାଇଲ ନେଇ ବିନ୍ଦାସ ରହୁଥିବା ୨୦ ବର୍ଷୀୟ ଯୁବତୀ ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି । ଯେଉଁ ବୟସରେ ଝିଅମାନେ ସ୍ୱପ୍ନ ଦେଖୁଥାନ୍ତି ସେହି ବୟସରେ ତୁନିଷା ନିଜ ଜୀବନ ଦେଇ ଦେଇଛନ୍ତି । ୨୪ ଡିସେମ୍ବର ୨୦୨୨ରେ ତୁନିଷା ସୁଟିଂ ସେଟର ମେକଅପ ରୁମରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତୁନିଷା ସିନା ଚାଲିଗଲେ , ହେଲେ ମାଙ୍କୁ ଦେଖାଇଥିବା ଅଧୁରା ସ୍ୱପ୍ନ ଅଧାରେ ରହିଗଲା । ଝିଅର ମୃତ୍ୟୁକୁ ସହଜରେ ଭୁଲି ପାରୁନି ମା’ । କାନ୍ଦି କାନ୍ଦି ଝିଅକୁ ଏମିତି ଅବସ୍ଥାରେ ଦେଖି ବହୋସ ହୋଇଯାଇଛି ମା’ । ତୁନିଷାଙ୍କ ଅନ୍ତିମ ଯାତ୍ରାରେ ସେଲିବ୍ରିଟି ଏବଂ ବୟଫ୍ରେଣ୍ଡ ସିଜାନ ଖାନ୍‌ଙ୍କ ପରିବାର ଲୋକ ସାମିଲ ଥିଲେ ।
ବୟଫ୍ରେଣ୍ଡ ସହ ବ୍ରେକଅପ ହେବା ପରେ ତୁନିଷା ଆତ୍ମହତ୍ୟା କରିଥିବା କୁହାଯାଉଛି । ସିରିଏଲ ଅଲିବାବାର କୋ ଷ୍ଟାର ସିଜାନ ଖାନଙ୍କ ପ୍ରେମରେ ପଡିଯାଇଥିଲେ ତୁନିଷା । ୬ ମାସ ହେବ ସୁଟିଂ ସେଟରୁ ଦୁହିଁଙ୍କର ପ୍ରେମ ଆରମ୍ଭ ହୋଇଥିଲା । ମୃତ୍ୟୁର ୧୫ ଦିନ ପୂର୍ବରୁ ଦୁହିଁଙ୍କର ବ୍ରେକଅପ ହୋଇଥିଲା । ସିଜାନଙ୍କଠାରୁ ତୁନିଷା ଅଲଗା ହେବା ପରେ ଡିପ୍ରେସନକୁ ଚାଲିଯାଇଥିଲା । ତୁନିଷାଙ୍କ ମା’ କହିଛନ୍ତି ଯେ, ଝିଅ ସିଜାନଙ୍କ ପାଖରେ ରହିବାକୁ ଚାହୁଁଥିଲା । ହେଲେ ସିଜାନ ଧୋକା ଦେଇଦେଲା । ଫଳରେ ସିଜାନଙ୍କ ମେକଅପ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା ତୁନିଷା ।
ପୋଲିସ ହେପାଜତରେ ଥିବା ବୟଫ୍ରେଣ୍ଡ ସିଜାନ ବ୍ରେକଅପର ରହସ୍ୟ ଖୋଲିଛି । ସିଜାନ କହିଛି ଯେ, ବ୍ରେକଅପର ମୁଖ୍ୟ କାରଣ ହେଉଛି ଆମ ଦୁହିଁଙ୍କର ଧର୍ମ ଅଲଗା ଏବଂ ବୟସରେ ବହୁତ ବ୍ୟବଧାନ ଥିଲା । ସେଥିପାଇଁ ବ୍ରେକଅପ ହୋଇଥିଲା ।
ଅନ୍ୟପଟେ ତୁନିଷାଙ୍କ ମା’ ଗମ୍ଭୀର ଆରୋପ ଲଗାଇଛନ୍ତି , ସେ କହିଛନ୍ତି ଯେ, ସିଜାନ ମୋ ଝିଅ ସହ ରହି ମଧ୍ୟ ଆଉ ଏକ ଏକ ଝିଅ ସହ ପ୍ରେମ ସମ୍ପର୍କ ରଖିଥିଲେ । ସିଜାନଙ୍କୁ କଡା ଦଣ୍ଡ ମିଳୁ ।

LEAVE A REPLY

Please enter your comment!
Please enter your name here