ସପ୍ତାହକ ତଳେ ଗଞ୍ଜାମ ଥିଲା ଗ୍ରୀନ ଜୋନ୍ I ମାର୍ଚ୍ଚ 15ରୁ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଦେଢମାସ ପର୍ଯ୍ୟନ୍ତ କରୋନା ଛୁଇଁ ପାରି ନଥିଲା ଗଞ୍ଜାମ ଜିଲ୍ଲା I କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଓ ପରେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଯାଜପୁର ଜିଲ୍ଲା ଶୀର୍ଷରେ ରହିଥିଲା I କିନ୍ତୁ ସୁରତରୁ ପ୍ରବାସୀ ଓଡିଆ ଫେରିବା ପରେ ମେ 3 ତାରିଖରେ ଗଞ୍ଜାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା I ତା ପରଠୁ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି I ଏପର୍ଯ୍ୟନ୍ତ 112 ଜଣ ସୁରତ ଫେରନ୍ତାଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି I ଗଞ୍ଜାମ ଜିଲ୍ଲାରେ ବେଲଗାମ କରୋନାକୁ ଆୟତ୍ତ କରିବା ପାଇଁ ସରକାର ତିନିଜଣ ଆଇଏଏସ ଅଫିସରଙ୍କୁ ଗଞ୍ଜାମ ପଠାଇଛନ୍ତି I ମାତ୍ର ବୋଲ ମାନୁନି କରୋନା I ଏବେ ଆଉ ପାଞ୍ଚଟି ଟ୍ରେନରେ ମହାରାଷ୍ଟ୍ର, ତାମିଲନାଡୁ ଓ ସୁରତରୁ ପ୍ରବାସୀ ଆସୁଥିବାରୁ କରୋନାର ଭୟାବହତା ଆହୁରି ବଢିବା ନିଶ୍ଚିତ ହୋଇଯାଇଛି I

LEAVE A REPLY

Please enter your comment!
Please enter your name here