ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ DFO ସଂଗ୍ରାମ ବେହେରାଙ୍କ କୌଣସି ସମ୍ପୃକ୍ତି ନାହିଁ। ଗଣମାଧ୍ୟମ ଆଗରେ ବଡ଼ ସୂଚନା ଦେଇଛନ୍ତି ଗଜପତି ଏସ୍‌ପି। ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଏସ୍‌ପି ଦେଇଛନ୍ତି। ଘଟଣା ସହିତ DFOଙ୍କ କୌଣସି ସଂପୃକ୍ତି ନଥିବା ଜଣାପଡୁଛି। CDR ଯାଞ୍ଚରୁ DFOଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। DFO ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି । କେବଳ ଘଟଣା ଦିନ DFO ସ୍ପଟକୁ ଯାଇଥିଲେ ବୋଲି ଏସ୍‌ପି କହିଛନ୍ତି।
ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନଥିବା ଏସ୍‌ପି କହିଛନ୍ତି। ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କୁ ନେଇ ଏସ୍‌ପି କହିଛନ୍ତି ଯେ ବିଦ୍ୟାଙ୍କ ଘର ଲୋକଙ୍କ ଫୋନ୍ କଲ୍ ପାଇ ମମତା ପଣ୍ଡା ଯାଇଥିଲେ। ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା, ମାନବିକତା ଦୃଷ୍ଟିରୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here