ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାକୁ ନେଇ ରୋହିତ ପାୱାରଙ୍କ ଦ୍ୱାରା ବେଙ୍ଗାଲୁରୁରେ ଦାଖଲ ହୋଇଥିବା Zero FIR ଏବେ CID ତଦନ୍ତର ଏକ ଅଂଶ ହେବ। ସିଆଇଡି ପୂର୍ବରୁ ବାରାମତୀ କ୍ରାସ୍ର Accidental Death Reportର ଯାଞ୍ଚ କରୁଥିଲା। ମହାରାଷ୍ଟ୍ର ପୋଲିସ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରି ରୋହିତ ପାୱାର ଏହି FIR କରିଥିଲେ। ମହାରାଷ୍ଟ୍ରରେ ଏନସିପି ବିଧାୟକ ରୋହିତ ପାୱାର(ଅଜିତ ପାୱାରଙ୍କ ପୁତୁରା) ବେଙ୍ଗାଲୁରୁରେ Zero FIR ଦାଖଲ କରିଥିଲେ। ଏହି FIR ବାରାମତୀ ଏୟାରପୋର୍ଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନକୁ ନେଇ କରାଯାଇଥିଲା। ଏବେ CID ଏହି FIRକୁ ଜାନୁଆରୀ ୨୮ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣାର ଚାଲିଥିବା ତଦନ୍ତରେ ସାମିଲ କରିବ। ଏହି ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା। ରବିବାର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରୋହିତ ପାୱାର ସେହି ମର୍ମନ୍ତୁଦ ଦୁର୍ଘଟଣାର କିଛି ସପ୍ତାହ ପରେ, ଗତ ମାସରେ ଧାରା ୧୭୩ ଅନୁଯାୟୀ Zero FIR ଦାଖଲ କରିଥିଲେ। ପୋଲିସ ଅନୁଯାୟୀ, ପରେ ଏହି ଅଭିଯୋଗକୁ ପୁନେ ଜିଲ୍ଲାର ବାରାମତୀ ତାଲୁକା ପୋଲିସ ଷ୍ଟେସନକୁ ପଠା ଯାଇଥିଲା। ସେଠାରେ ପୋଲିସ ଏହାକୁ CIDକୁ ହସ୍ତାନ୍ତର କରିଛି। ଏହି ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ତଦନ୍ତରେ ନାଗରିକ ଉଡ଼ାଣ ମନ୍ତ୍ରଣାଳୟ ଅଧୀନରେ ଥିବା AAIB (ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ) ସାମିଲ ଅଛି। ସେ ୨୮ ଫେବୃଆରୀରେ FIR ରିପୋର୍ଟ ଦାଖଲ କରିଥିଲେ। Zero FIR ସାମିଲ ହେବା ଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରିବା ସହଜ ହେବ।













