ଆସନ୍ତାକାଲି ଦେଶରେ ଗଡିବନି ଗାଡି । ଖୋଲିବନି ଦୋକାନ ବଜାର । ଏପରି ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି , ସାମାଜିକ ସୁରକ୍ଷା ଓ ସିଏଏ ଭଳି ୧୨ ଦଫା ଦାବି ନେଇ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡାକରା । ତେବେ ବନ୍ଦ ପାଳନରୁ ପରୀକ୍ଷାର୍ଥୀ, କ୍ଷୀର ଗାଡି ଔଷଧ ଦୋକାନକୁ ବାଦ ଦିଆଯାଇଛି । ଓଡିଶାରେ ମଧ୍ୟ ବନ୍ଦର ପ୍ରଭାବ ଜୋରଦାର ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାର ବନ୍ଦ ପାଳନ ପାଇଁ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି । ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଛନ୍ତି । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ଭୁବନେଶ୍ୱରରେ ପନ୍ଦର ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି କମିଶନରେଟ ପୋଲିସ କହିଛି । ତେବେ ଆସନ୍ତାକାଲି ଚବିଶ ଘଂଟିଆ ବନ୍ଦ ପାଳନ ଡାକରା ଦିଆଯାଇଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବା ନିଶ୍ଚିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here