କୋରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁର ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍ ଲାଗୁ କଲେ ରାଜ୍ୟସରକାର । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସମ୍ପୂର୍ଣ୍ଣ ବନ୍ଦ ରହିବ ଏହି 3ଟି ଜିଲ୍ଲା ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଏହି 3ଟି ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଥିବା ନେଇ ସୂଚନା ଦେବା ସହ ଗତ କିଛି ଦିନ ମଧ୍ୟରେ ଏହି 3ଟି ଜିଲ୍ଲାରୁ 29ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ସଟଡାଉନ ଘୋଷଣା କରି ଏଠାରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

LEAVE A REPLY

Please enter your comment!
Please enter your name here