ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮, ରକ୍ଷାବନ୍ଧନ ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତିଯେ, ୧ କୋଟିରୁ ଅଧିକ ମହିଳା ଏହି କିସ୍ତିରେ ସୁଭଦ୍ରା ଟଙ୍କା ପାଇବେ। ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରି ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚ ଓ ସୁପାରିସ୍ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ। ଏହା ସହ ପୂର୍ବରୁ ବାଦ୍ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ୫ଟି କିସ୍ତି ମିଳିବ । ଚଳିତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ପାଇଁ ୩.୧୭ ଲକ୍ଷରୁ ଅଧିକ ନୂଆ ଆବେଦନ ମିଳିଛି। ଏଥିରୁ ଅନେକ ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ମଧ୍ୟ ଶେଷ ହୋଇଛି। ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ୫,୦୦୦ ଟଙ୍କା ପଠାଯିବ। ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯାଉଛି। ପାଞ୍ଚ ବର୍ଷରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here