ଶନିବାର ସାରାଦେଶ ପାଳନ କରୁଛି 70ତମ ସାଧାରଣତନ୍ତ୍ର ଦିବସ. ସାରା ରାଜ୍ୟରେ ଅତି ଆଡମ୍ବର ସହ 70ତମ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଇଛି. ଭୁବନେଶ୍ୱର ମହାତ୍ଗାଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି. ଏହାସହ ଗାନ୍ଧୀ ମାର୍ଗରେ ସାମରିକ ଓ ବେସାମରିକ କ୍ଷେତ୍ରର 54ଟି ଗ୍ରୁପ ପରେଡରେ ସାମିଲ ହୋଇଛନ୍ତି. ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି. ଏ ନେଇ ଟ୍ୱିନ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପତାକା ଉତ୍ତୋଳନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here