ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏଥିରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି ପୁନେର କୁନି ଝିଅ ଦୀପାଲି ବୋରକର । ଏଥିପାଇଁ ଦୀପାଲିଙ୍କୁ ଟ୍ରଫି ସହ ମିଳିଛି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଦୀର୍ଘ ସମୟ ଧରି ଚାଲିଥିବା ଏହି ଶୋ’ରେ ଛୋଟଛୋଟ ପିଲାମାନେ ସେମାନଙ୍କ ପ୍ରତିଭାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । କେବଳ ସେତିକି ନୁହେଁ ଦୀପାଲିଙ୍କ ସହ ଅନ୍ୟ ୨ ଜଣ ପ୍ରତୀଯୋଗୀଙ୍କୁ ଶୋ’ର ବିଚାରକ ଉମଙ୍ଗ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ଅଫର ମଧ୍ୟ ଦେଇସାରିଛନ୍ତି ।ତେବେ ଦୀପାଲି ଯେ କେବଳ ଅଭିନୟ କରନ୍ତି ତା ନୁହେଁ । ଜେ ଜଣେ ଭଲ ଡ୍ୟାନ୍ସର ।

LEAVE A REPLY

Please enter your comment!
Please enter your name here