ବର୍ତ୍ତମାନ ଯୁଗରେ ସ୍ମାର୍ଟଫୋନ ଲୋକଙ୍କ ପାଇଁ ଅତି ଜରୁରୀ ହୋଇପଡିଛି. ପ୍ରତ୍ୟେକ କାର୍ଯ୍ୟ ପାଇଁ ସେମାନେ ତାଙ୍କ ଫୋନ ଉପରେ ନିର୍ଭର କରୁଛନ୍ତି. ଏପରି ଲାଗୁଛି ଯେମିତି ସେମାନଙ୍କ କାମ ଫୋନ ବିନା ଅଧୁରା. ଫୋନ ମାଧ୍ୟମରେ ଅନ ଲାଇନ ପେମେଣ୍ଟ ଠାରୁ ଆରମ୍ଭ କରି ସପିଂ, ନେଟ୍ ବ୍ୟାକିଂ ଇତ୍ୟାଦି କାର୍ଯ୍ୟ ସେମାନେ କରିଥାନ୍ତି. ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ପଟେ ଏହା ଆମ ପାଇଁ ଅତି ଉପକାରୀ ହୋଇଥିବା ବେଳେ ଅନ୍ୟପଟେ ଏହା ଆମ ପାଇଁ ମୃତ୍ୟୁର କାରଣ ପାଲଟିଥାଏ. ଆଜ୍ଞା ହଁ, ଫୋନରେ ଏକ ପ୍ରକାର ରେଡିଏସନ ଥାଏ ଯାହା ଆମ ମସ୍ତିଷ୍କ ସହ ଶରୀର ପାଇଁ ମଧ୍ୟ ଅତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ. ଏଥିରୁ ବାହାରୁଥିବା ରେଡିଏସନ କାରଣରୁ ଆମକୁ କ୍ୟାନ୍ସର ଭଳି ରୋଗ ହୋଇଥାଏ. ଏହା ଛଡା କାନକୁ ଠିକ୍ ଭାବରେ ନ ଶୁଣାଯିବା, ହାର୍ଟ ଫେଲ୍ ହେବା,ନ୍ୟୁରୋଡିଗେନେଟିଭ ଡିସଅର୍ଡର ଭଳି ରୋଗ ମଧ୍ୟ ହୋଇଥାଏ. ମୋବାଇଲରୁ ଯେଉଁ ରେଡିଏସନ ବାହାରିଥାଏ ତାକୁ Specific Absorption Rate କିମ୍ବା SAR ବୋଲି କୁହାଯାଏ. ଭାରତରେ ଏହା କିଲୋଗ୍ରାମ୍ ପ୍ରତି 1.6 ୱାଟ୍ ରୁ ଅଧିକ ହେବା ଉଚିତ୍ ନୁହେଁ. ଯଦି ଏହା କିଲୋଗ୍ରାମ୍ ପ୍ରତି 1.6 ୱାଟ୍ ରୁ ଅଧିକ ହୁଏ ତାହାଲେ ଏହା ଫୋନ ବ୍ୟବହାରକାରୀଙ୍କୁ କ୍ଷତି ପହଞ୍ଚାଇଥାଏ

LEAVE A REPLY

Please enter your comment!
Please enter your name here