ଏହି ଫଟୋ 2018, ସେପ୍ଟେମ୍ବର 8 ତାରିଖରେ ଉଠାଯାଇଥିଲା . ଫଟୋର ଥିବା ଦୁଇ ଲଭ ବାର୍ଡଙ୍କୁ ଦେଖନ୍ତୁ . ପ୍ରେମିକ ସେନା ପୋଷାକରେ ଅଛନ୍ତି . ନାଁ ଠାକୁର ଚନ୍ଦ୍ରେଶ ସିଂ . ଏହି ଦିନଟି ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ହୋଇ ରହିବ . କାରଣ ଏହି ଦିନ ନିଜ ପ୍ରେମିକାକୁ ମନ କଥା କହି ପାରିଥିଲେ . ପ୍ରେମ ନିବେଦନ କରିଥିଲେ ଚନ୍ଦ୍ରେଶ . ଅବସର ଥିଲା ଆର୍ମି ପାସିଂ ଆଉଟ୍ ଉତ୍ସବ . ଆର୍ମି ପରୀକ୍ଷାରେ ସଫଳତା ପାଇବା ପରେ ଚନ୍ଦ୍ରେଶ ନିଜ ମନର ମାନସୀଙ୍କ ପାଖକୁ ଦୌଡ଼ି ଯାଇଥିଲେ . ତଳେ ଆଣ୍ଠୁ ମାଡ଼ି ପ୍ରେମ ନିବେଦନ କରିଥିଲେ . ସେନା ବାବୁଙ୍କ ଫିଲ୍ମ ଷ୍ଟାଇଲ୍ ପ୍ରୋପୋଜ୍ ଗାର୍ଲଫ୍ରେଣ୍ଡ ଧାରା ମେହେଟ୍ଟାଙ୍କୁ ବି ବେଶ ପସନ୍ଦ ଆସିଥିଲା . ଖୁସିରେ ତାଙ୍କ ପାଦ ତଳେ ଲାଗି ନଥଲା . କାରଣ ସାଙ୍ଗରୁ ପ୍ରେମିକାକୁ ପ୍ରୋମୋସନ ମିଳିଲା . ତାସହ ଚନ୍ଦ୍ରେଶଙ୍କ ସରପ୍ରାଇଜ୍ ପ୍ରୋପେଜ୍ ବେଶି ପସନ୍ଦ ଆସିଥିଲା ଧାରାଙ୍କୁ . ଡେରି ନକରି ଚନ୍ଦ୍ରେଶଙ୍କ ସାତ ଜନ୍ମର ସାଥି ହେବାକୁ କଥା ଦେଇଥିଲେ . ପରେ ଚନ୍ଦ୍ରେଶ-ଧାରା ଏକାଠି କିଛି ଫଟୋ ବି କ୍ଲିକ୍ କରିଥିଲେ . ଏହି ଫଟୋଗୁଡ଼ିକ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଅନେକ ଲାଇକ୍ ମିଳିଛି . ସୋସିଆଲ୍ ମିଡିଆ ଚାର୍ଟ ବଷ୍ଟରରେ ଜବରଦସ୍ତ ହିଟ୍ ହୋଇଛି ଚନ୍ଦ୍ରେଶ-ଧାରାଙ୍କ ପ୍ରେମ କାହାଣୀ . ଚନ୍ଦ୍ରେଶ କହିଛନ୍ତି, ଏଥିପାଇଁ ପୂର୍ବରୁ ପ୍ଲାନ୍ କରିଥିଲେ . ପାସିଂ ଆଉଟ୍ ପରେଡ୍ ସମାରୋହକୁ ନିଜ ବାପା ମାଆ ଓ ଧାରାଙ୍କ ପରିବାର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ  . ତିନି ବର୍ଷ ହେଲାଣି ଚନ୍ଦ୍ରେଶ ଓ ଧାରା ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି . ଭଲ ସାଙ୍ଗ ଥିଲେ . 2012ରେ ବେଙ୍ଗାଳୁରୁରେ ଏକାଠି ପାଠ ପଢୁଥିଲେ . ଦୁହିଁଙ୍କର ଅଲଗା ଅଲଗା ବିଷୟ ଥିଲେ ବି ହିନ୍ଦି କ୍ଲାସରେ ଦେଖା ସାକ୍ଷାତ ହେଉଥିଲା . ସେବେଠାରୁ ଧାରାଙ୍କୁ ସ୍ୱପ୍ନର ନାୟିକା ଭାବିଥିଲେ ଚନ୍ଦ୍ରେଶ . ଚନ୍ଦ୍ରେଶ ଧାରାଙ୍କ ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ବି ଜଣାଇଥିଲେ . ବାସ୍ ମୌକା ଅପେକ୍ଷାରେ ଥିଲେ . ଆଉ ଯେତେବେଳେ ମିଳିଲା ଚୌକା ମାରିଲେ .

LEAVE A REPLY

Please enter your comment!
Please enter your name here