15 ଅଗଷ୍ଟ 1947 ମସିହାରୁ ଭାରତ ପ୍ରତିବର୍ଷ ଏହି ଦିନଟିକୁ ଅତି ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ପାଳନ କରିଆସିଛି . ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ . ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଓ ନିଜ ଜୀବନକୁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ଅବିସ୍ମରଣୀୟ. ତେବେ ସ୍ବାଧୀନତା ସଂଗ୍ରାମକୁ ନେଇ କିଛି ରୋଚକ ତଥ୍ୟ ଉପରେ ନଜର ପକାଇବା ..
1600 ମସିହରେ ଇଷ୍ଚ ଇଣ୍ଡିଆ କମ୍ପାନୀ ଭାରତକୁ ପ୍ରବେଶ କରି ନିଜର ବାଣିଜ୍ୟ ଆରମ୍ଭ କରିଥିଲା, ଯେଉଁଥିରେ ଚା, ସୂତା ଓ ସିଲକ ଭଳି ଦ୍ରବ୍ୟ ସାମିଲ୍ ଥିଲା ଓ ପରେ ଏମାନେ ଧିରେ ଧିରେ ଭାରତୀୟଙ୍କୁ ଶାସନ କରିବାକୁ ଲାଗିଥିଲେ .
ଅଗଷ୍ଟ 15 ରେ ଭାରତକୁ ସ୍ବାଧୀନ କରିବା ପାଇଁ ସେତେବେଳର ଶେଷ ଭାଇସରୟେ ତଥା ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଲର୍ଡ ମାଉଣ୍ଟ ବ୍ୟାଟେନ ତାରିଖ ସ୍ଥିର କରିଥିଲେ.
ଅଗଷ୍ଟ 15 କେବଳ ଭାରତ ପାଇଁ ନୁହେଁ, ବାହରେନ୍ , ଉତ୍ତର କୋରିଆ , ଦକ୍ଷିଣ କୋରିଆ , ଲିଚଟେନଷ୍ଟନ୍ ଓ ରି ପବ୍ଲିକ ଅଫ୍ କଙ୍ଗୋ ପାଇଁ ମଧ୍ୟ ସ୍ମରଣୀୟ ସ୍ବାଧୀନତା ଦିବସ.
ଭାରତର ସ୍ୱାଧୀନତା ପରେ ମହାତ୍ମା ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସକୁ ଭାଙ୍ଗିବା ପାଇଁ ଯୋଜନା କରିଥିଲେ .ତାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ କହିଥିଲେ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ହାସଲ ହୋଇସାରିଥିବାରୁ ଏହି ସଂଗଠନର ଆଉ ଆବଶ୍ୟକ ନାହିଁ.
ଆମେ ସମସ୍ତେ ଜାଣିଛୁ ପଣ୍ଡିତ ଜବାହାରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଥିଲେ. କିନ୍ତୁ ପ୍ରକୃତରେ ସେ ପ୍ରଥମ ପସନ୍ଦ ନଥିଲେ. ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ନେହେରୁ କାହା ନିର୍ଦ୍ଦେଶରେ କାମ କରିବାକୁ ଚାହୁଁନଥିଲେ. ସେଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ଅନୁରୋଧକ୍ରମେ ନିର୍ବାଚନରୁ ଓହରିଥିଲେ .
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଜଣେ ଗ୍ଲୋବାଲ୍ ଷ୍ଟାଇଲ୍ ଆଇକନ୍ ରୂପେ ଚୟନ କରାଯାଇଥିଲା ଏବଂ ତାଙ୍କର ଲୋକପ୍ରିୟ ଜାକେଟ ‘ନେହେରୁ’ ପ୍ରଚଳିତ ପତ୍ରିକାରେ ସ୍ଥାନ ପାଇଥିଲା .
ସ୍ୱାଧୀନତା ସମୟରେ ଭାରତର କିଛି ଜାତୀୟ ସଙ୍ଗୀତ ନଥିଲା . ତେବେ 1911 ମସିହାରେ ‘ଜନ ଗଣ ମନ’ ରବିନ୍ଦ୍ର ନାଥ ଟାଗୋରଙ୍କ ଦ୍ୱାରା ଲେଖାଯାଇଥିଲା ଏବଂ 1950 ମସିହାରେ ଏହାକୁ ଗ୍ରହଣ କରାଗଲା .
1947 ମସିହାରେ ଭାରତୀୟ ମୁଦ୍ରା 1 ଟଙ୍କା 1 ଡଲାର ଥିଲା, ସ୍ବାଧୀନତାର 71 ବର୍ଷ ପରେ ଏବେ 70 ଟଙ୍କାରେ ପହଞ୍ଚିଛି.