ଲମ୍ବା ସମୟ ଅପେକ୍ଷା ପରେ ଶେଷରେ ମୋଦି ସରକାର କାରରେ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି. 2021 ମସିହା ବେଳକୁ ଏହି ସିଷ୍ଟମକୁ ଆପଣେଇବା ପାଇଁ ସମସ୍ତେ ବାଧ୍ୟ ହେବେ. ଏହା ଲାଗିବା ପରେ କାର ମୂଲ୍ୟ ମଧ୍ୟ ବଢିଯିବ ଏବଂ ବିକଶିତ ଦେଶରେ ଏହା ଆରମ୍ଭ କରାଯିବ. ପରିବହନ ବିଶେଷଜ୍ଞଙ୍କ କହିବା ଅନୁସାରେ କାରର ଡ୍ୟାସବୋର୍ଡ ଉପରେ ଏକ ବଟନ ଲାଗିଥାଏ. ଯାହାକୁ ଅନ ଓ ଅଫ କରିହୁଏ. ଇଏସସିକୁ ଅଫ କରିବା ମାତ୍ରେ କାର୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ. ଫଳରେ ଆକ୍ସିଡେଣ୍ଟ ହୋଇଥାଏ ବୋଲି ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି. ଏହାକୁ ଅନ କଲେ ସମାନ ଗତିରେ ଏହା କାରକୁ ଆରାମରେ ନେଇଥାଏ. ତେବେ ଅଷ୍ଟ୍ରେଲିଆରେ ଏହାକୁ 2011ମସିହାରୁ ଲାଗୁ କରାଯାଇଛି.