ଯଦି ଆମେ ବଲିଉଡ୍ ଜଗତର ଟପ୍ ମେଲ୍ ଆର୍ଟିଷ୍ଟଙ୍କ ତାଲିକା ବନେଇବା ତେବେ ପ୍ରଥମେ ସାମ୍ନାକୁ ଆସିବେ ୩ ଖାନ୍ । ସେମାନଙ୍କ ମଧ୍ୟରୁ ଅମିର ଖାନ୍ ଟିକେ ନିଆରା । ମିଷ୍ଟର୍ ପରଫେକ୍ଟ ଭାବେ ସେ ବେଶ୍ ପରିଚିତ । ତାଙ୍କ ସିନେମା ଦେଖିବାକୁ ହଲରେ ବଢ଼ିଯାଏ ଭିଡ଼ । ଟିକେଟ୍ ମିଳିବା କାଠିକର ପାଠ ହୋଇଯାଏ । ସିନେମା ରିଲିଜର ୫ଦିନ ଆଗରୁ ଅନଲାଇନ ବୁକିଂ ହୋଇଯାଏ ଟିକେଟ୍ । ଖାଲି ଭାରତ ନୁହେଁ ଆଫ୍ରିକା, ଚାଇନା, ତୁର୍କୀ ଆଦି ଦେଶରେ ମଧ୍ୟ ସେ ବେଶ ପରିଚିତ । ଏହି କଳାକାରଙ୍କ ଲୋକପ୍ରିୟ ସିନେମା “ଦଙ୍ଗଲ୍” ଚାଇନା ବକ୍ସ ଅଫିସରେ ମଧ୍ୟ ବେଶ ରୋଜଗାର କରିଥିଲା । ତେବେ ଆସନ୍ତୁ ସଂକ୍ଷପରେ ଜାଣିନେବା ଏହି ମହାନ କଳାକାରଙ୍କ ବିଷୟରେ ।
ଅମିର ୧୯୬୫ ମାର୍ଚ୍ଚ ୧୪ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ପିତା ସିନେ ପ୍ରଯୋଜକ ତହିର ହୁସେନ୍ ଏବଂ ମାତା ଜମିର ହୁସେନ୍ । ପରିବାରର ଅଧିକାଂଶ ସଦସ୍ୟ ସିନେମା ଶିଳ୍ପ ସହ ଜଡ଼ିତ ଥିଲେ, ଯାହା ଅମିରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିଲା ।
ତାଙ୍କର ପୁରାନାମ ମହମ୍ମଦ ଅମିର ହୁସେନ୍ ଖାନ୍ ଏବଂ ଡାକ ନାମ ଅମିର ଖାନ୍, ଟମ୍ ହାଙ୍କ୍ସ ଅଫ୍ ଇଣ୍ଡିଆ । ଏହି କଳାକାରଙ୍କ ବୃତି ହେଉଛି ଅଭିନୟ ଓ ପ୍ରଯୋଜନା । ସେ ଦୁଇଥର ବିବାହ କରିଥିଲେ ପ୍ରଥମ ପତ୍ନି: ରୀନା ଦତ୍ତ (୧୯୯୬-୨୦୦୨) ଦ୍ୱିତୀୟ ପତ୍ନି କୀରନ୍ ରାଓ(୨୦୦୨-ବର୍ତମାନ) । ତାଙ୍କର ଦୁଇ ପୁଅ ଜୁନାଇଦ୍ ଖାନ୍ ଓ ଆଜାଦ ରାଓ ଖାନ୍ ଏବଂ ଗୋଟିଏ ଝିଅ ଇରା ଖାନ୍ । ତାଙ୍କର ଗୋଟିଏ ଭାଇ ଫଇସଲ୍ ଖାନ୍ ଥିବାବେଳେ ଦୁଇ ଭଉଣୀ ଫର୍ହତ୍ ଖାନ୍ ଓ ନିଖତ ଖାନ୍ ଅଛନ୍ତି । ଅମିର ବମ୍ବେ ସ୍କଟିସ୍ ସ୍କୁଲ୍ ମହିମ୍, ମୁମ୍ବାଇ ରେ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ । ତାଙ୍କ ଉଚ୍ଚତା:୫’୬”, ଓଜନ: ୭୦ କେଜି ଅଛି । ତାଙ୍କ ଆଖିର ରଙ୍ଗ କଳା । ଧର୍ମ ଇସଲାମ । ସେ ମର୍ସିଡେଜ୍ ବେନ୍ଜ ଏସ୍୬୦୦ ଓ ରୋଲ୍ସ ରଇସ୍ ଘୋଷ୍ଟ ଫାଣ୍ଟମ ବ୍ୟବହାର କରନ୍ତି । ଘର- ବାନ୍ଦ୍ରା ୱେଷ୍ଟ୍, ମୁମ୍ବାଇ । ସେ ଗୀତ ଶୁଣିବା ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାକୁ ଭଲ ପାଆନ୍ତି । ପ୍ରିୟ ଖାଦ୍ୟ ମୁଗଲାଇ କୁଜିନ୍ ହୋଇଥିବା ବେଳେ ପ୍ରିୟ ସ୍ଥାନ କାଭେନ୍ଡିସ୍ ବିଚ୍ । ପ୍ରିୟ ଖେଳ କ୍ରିକେଟ୍, ପ୍ରିୟ ରଙ୍ଗ କଳା, ପ୍ରିୟ ଅଭିନେତା ଦିଲିପ କୁମାର, ପ୍ରିୟ ଅଭିନେତ୍ରୀ ମଧୁବାଲା, ପ୍ରିୟ ଫିଲ୍ମ ପ୍ୟାସା । ତାଙ୍କ ରୋଜଗାର ୬୦ କୋଟି । ବର୍ତମାନ ଫେସବୁକରେ ତାଙ୍କ ଫ୍ୟାନଙ୍କ ସଂଖ୍ୟା ୧୫,୫୬୧,୬୨୧ ଥିବାବେଳେ ଟୁଇଟରରେ ଫଲୋର୍ସ ସଂଖ୍ୟା ୨୨.୬ଏମ୍ ଓ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟ ୧.୨ଏମ୍ ରହିିଛି । ଶିଶୁ କଳାକାର ଭାବେ ସେ ସିନେ ଦୁନିଆକୁ ପ୍ରବେଶ କରିଥିଲେ । ତାଙ୍କର ଡେବ୍ୟୁଟ ଫିଲ୍ପ ୟାଦୋଁ କି ବାରାତ୍ ୧୯୭୩ ରେ ପରଦାକୁ ଆସିଥିଲା । ପରେ ୧୯୮୪ ରେ ମୁଖ୍ୟ କଳାକାର ଭାବେ ତାଙ୍କର ଡେବ୍ୟୁଟ ଫିଲ୍ପ ହେଲା ହୋଲି । ଏହି କଳାକାରଙ୍କ ପ୍ରତ୍ୟେକ ସିନେମାରେ କିିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ । ବାଛି ବାଛି ସିନେମା କରୁଥିବାରୁ ସେ ବଲିଉଡ୍ ଜଗତରେ ମିଷ୍ଟର ପରଫେକ୍ଟ ଭାବେ ବେଶ ପରିଚିତ ।

LEAVE A REPLY

Please enter your comment!
Please enter your name here