କଟକ ମହାନଗର ନିଗମର ଏକ ନମ୍ବର ଓ୍ବାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ମଧୁବାବୁ ପେନସନ ଯୋଜନାରେ ଭତ୍ତା ଏବଂ ରାସନ କାର୍ଡ ବଣ୍ମନ କରାଯାଇଛି. ଏହି ଅବସରରେ ଏକ ନମ୍ବର ଓ୍ବାର୍ଡର କର୍ପୋରେଟର ଚିତ୍ତ ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଓ୍ବାର୍ଡ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା. ବରିଷ୍ଠ ନାଗରିକଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଏକ ନମ୍ବର ଓ୍ବାର୍ଡର ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା. କର୍ପୋରେଟର ଚିତ୍ତ ରଂଜନ ଦାସଙ୍କ ନେତୃତ୍ବରେ କଟକ ମହାନଗର ନିଗମର ଏକ ନମ୍ବର ଓ୍ବାର୍ଡର ସର୍ବାଙ୍ଗୀନ ବିକାଶ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here