ରକ୍ତ କର୍କଟ ରୋଗରେ ପୀଡିତ ଜଣେ ରୋଗୀଙ୍କୁ ବଞ୍ଚାଇବା ପାଇଁ ରକ୍ତ ଦେଇ ସହଯୋଗର ହାତ ବଢେଇଛନ୍ତି ଖୋର୍ଧାର ଆସ୍ମା ଟ୍ରଷ୍ଟ । ଭୁବନେଶ୍ବର ଏମ୍ସ ହସପିଟାଲରେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି 14 ବର୍ଷୀୟ ଅଭିଜିତ ମଣ୍ଡଳ । ଗତ ଆଠ ମାସ ଧରି ଅଭିଜିତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ ଟ୍ରଷ୍ଟର ସଦସ୍ୟମାନେ ଦେଇ ଆସୁଛନ୍ତି । ଏପର୍ଯ୍ୟନ୍ତ ଟ୍ରଷ୍ଟ ପକ୍ଷରୁ 25 ୟୁନିଟ ରକ୍ତ ଦିଆଯାଇଛି । ଏହି କାର୍ଯ୍ୟକୁ ସୁଚାରୁରୂପେ ସଂପାଦିତ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ସୋମ୍ ପଟ୍ଟନାୟକ, ନୀଳମାଧବ ମିଶ୍ର ଓ ସୂର୍ଯ୍ୟକାନ୍ତ ମୁଦୁଲି ପ୍ରୟାସ ଜାରି ରଖିଥିଲେ ।

LEAVE A REPLY

Please enter your comment!
Please enter your name here