ଆବଶ୍ୟକ ସାମଗ୍ରୀ-

ବାସୁମତୀ ଚାଉଳ 1 ଗ୍ଲାସ, ଅଣ୍ଡା 3ଟି, ତେଲ, ଲଙ୍କା ଗୁଣ୍ଡ, ପିଆଜ, ଅଦା, ରସୁଣ,ଗାଜର, ବିନସ, ସୋୟା ସସ୍, ଭିନେଗାର, ଚିଲି ସସ୍ ଓ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ବାସୁମତୀ ଚାଉଳକୁ ରାନ୍ଧି ଅଲଗା କରି ରଖିଦିଅନ୍ତୁ. ତା ପରେ ତେଲ ପକେଇ ଅଣ୍ଡାକୁ ଫ୍ରାଏ କରନ୍ତୁ. କଡେଇରେ ତେଲ ପକେଇ ପିଆଜ, ଛୋଟ ଛୋଟ କରି କାଟିଥିବା ଅଦା, ରସୁଣ, ଲଙ୍କା ଗୁଣ୍ଡ, ଗାଜର, ବିନସ, ସୋୟା ସସ, ଚିଲି ସସ, ଭିନେଗାର ଓ ସ୍ୱାଦ ଅନୁସାରେ ଲୁଣ ପକାଇ କିଛି ସମୟ ଗୋଳାନ୍ତୁ. ତା ପରେ ଫ୍ରାଏ କରି ରଖିଥିବା ଅଣ୍ଡାକୁ ସେଥିରେ ମିଶାଇଦିଅନ୍ତୁ. ପରେ ରନ୍ଧାଯାଇଥିବା ବାସୁମତୀ ଚାଉଳକୁ ପକାଇ ଗୋଳାଇ ଦିଅନ୍ତୁ.ତା ପରେ ପ୍ରସ୍ତୁତ ହୋଇଯିବ ଏଗ୍ ରାଇସ୍.

LEAVE A REPLY

Please enter your comment!
Please enter your name here